ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦି । ସ୍ୱଚ୍ଛ ଭାରତ ମିଶନ ପାଇଁ ବିଲ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପକ୍ଷରୁ ମିଳିବ ସମ୍ମାନ

ସ୍ୱଚ୍ଛ ଭାରତ ମିଶନ ପାଇଁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

215

ପୁଣି ଆଉ ଏକ ଅର୍ନ୍ତଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଲ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପକ୍ଷରୁ ମୋଦିଙ୍କୁ ଏହି ସମ୍ମାନ ମିଳିବ । ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ସମ୍ମାନ ତାଙ୍କୁ ଦିଆଯିବ । ସ୍ୱଚ୍ଛ ଭାରତ ମିଶନ ପାଇଁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ କରି ଏବାବଦରେ ସୂଚନା ଦେଇଛନ୍ତି ।
ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହରିନରେ ‘ ଦ କିଙ୍ଗ ହମାଦ ଅର୍ଡର ଅଫ୍ ଦ ରେନେନ୍ସାରେ ସମ୍ମାନିତ ହୋଇଥିଲେ । ବହରିନ ରାଜାଙ୍କୁ ଭେଟିବା ଅବସରରେ ମୋଦିଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।
ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ଆଡ଼କୁ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବା ପାଇଁ ଆମେରିକା ଯିବେ । ଯେଉଁ ସମୟରେ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ୫ବର୍ଷ ପୂର୍ତ୍ତି ଅବସରରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି ।
ଅକ୍ଟୋବର ୨, ୨୦୧୪ରେ ନିଜର ପ୍ରଥମ କାର୍ଯ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୫ବର୍ଷ ପରେ ଦେଶରେ ସୁଧାର ଆସିଥିବା ଦେଖାଯାଇଛି ।