କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସହିତ ହିଁ ତାଙ୍କ ସହ ପାଦରେ ପାଦ ମିଶାଇ ଚାଲୁଥିବା ବ୍ୟୁରୋକ୍ରେସି ଟିମର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଅଧିକାରୀମାନଙ୍କର କାର୍ଯ୍ୟକାଳ ସରୁଛି । ଏଥିରେ ତାଙ୍କର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ରାଙ୍କ ନାଁ ମଧ୍ୟ ସାମିଲ ରହିଛି । କିନ୍ତୁ ଏହା ନିଶ୍ଚିତ କି ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଅଧିକାରୀଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିପାରନ୍ତି, ହେଲେ କ୍ୟାବିନେଟ୍ ସଚିବ ପିକେ ସିଂହ୍ନାଙ୍କ ସମେତ ପାଖାପାଖି ୧୮ରୁ ୨୦ ଜଣ ବ୍ୟୁରୋକ୍ରାଟ୍ସଙ୍କର ଏଥରକ ବଦଳି ହେଉଛି ।

Advertisment

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦିଙ୍କର କାମ କରିବାର ଶୈଳୀ ସବୁବେଳେ ଅଲଗା । ସେ ନିଜ କ୍ୟାବିନେଟ ବାଛିବା ପରେ ଦ୍ୱିତୀୟ ସବୁଠୁ ପ୍ରମୁଖ କାମ ବ୍ୟୁରୋକ୍ରାଟ୍ସର ଏକ ଟିମ ପ୍ରସ୍ତୁତ କରନ୍ତି । କୁହାଯାଉଛି କି, ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ ଭଳି ଏଥିରେ ବି କିଛି ବଡ ପରିବର୍ତ୍ତନ କରିପାରନ୍ତି । ତେବେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପାଖାପାଖି ୧୮ରୁ ୨୦ ବ୍ୟୁରୋକ୍ରାଟ୍ସଙ୍କୁ ତାଙ୍କ ପଦବୀରୁ ହଟାଇ ତାଙ୍କ ସ୍ଥାନରେ ନୂଆ ବ୍ୟୁରୋକ୍ରାଟ୍ସଙ୍କୁ ଟିମରେ ସାମିଲ କରିପାରନ୍ତି ମୋଦି ।