କ୍ୱାର୍ଡ ବୈଠକରେ ସାମିଲ ହେବେ ମୋଦି । ମେ ୨୨ରେ ଟୋକିଓ ଗସ୍ତ । 

68

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୪ରେ ଟୋକିଓରେ ଆୟୋଜିତ କ୍ୱାର୍ଡ ବୈଠକରେ ଭାଗନେବେ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । କ୍ୱାର୍ଡ ନେତାଙ୍କ ମଧ୍ୟରେ ଏହା ଚତୁର୍ଥ ବୈଠକ । ଏହି ବୈଠକରେ ହିନ୍ଦ ପ୍ରଶାନ୍ତ କ୍ଷେତ୍ର ସହ ଅନ୍ୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ କରିବେ ।

କେବଳ ଏତିକି ନୁହେଁ ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ବିଜନେସ ଇଭେଣ୍ଟରେ ଭାଗ ନେବେ । ଏହି ଅବସରରେ ସେ ଉଦ୍ଦ୍ୟୋଗପତିଙ୍କ ସାକ୍ଷାତ କରିବେ । ଜାପାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଜାପାନ ପ୍ରଧାନମନ୍ତ୍ରୀ କାଶାଦା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

କ୍ୱାର୍ଡ ଶିଖର ସମ୍ମିଳନୀ ବୈଠକ ମେ ୨୩ – ମେ ୨୪ରେ ଅନୁଷ୍ଠିତ ହେବ । ଏହି ବୈଠକରେ ଅଷ୍ର୍ଟ୍ଲେିଆ, ଭାରତ, ଜାପାନ, ଆମେରିକା ସାମିଲ ହେବେ । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଏହି କ୍ୱାର୍ଡ ଦେଶର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଦେଶମାନଙ୍କ ମଧ୍ୟରେ ୩ଟି ଶିଖର ବୈଠକ ଅନୁଷ୍ଠିତ ହୋଇଛି ।