କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ । କାଶ୍ମୀର ପ୍ରସଙ୍ଗରେ ଐତିହାସିକ ନିଷ୍ପତି ନେଇଛନ୍ତି ମୋଦି ସରକାର । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରରୁ ହଟିଛି ଧାରା ୩୭୦ । କେବଳ ଧାରା ୩୭୦ ହଟିନି ବରଂ ଜମ୍ମୁ-କାଶ୍ମୀରକୁ ଭାଗ ଭାଗ କରିଛନ୍ତି କେନ୍ଦ୍ର ସରକାର । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ତେବେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ଘୋଷଣା ପରେ ମୋଦି ସରକାରଙ୍କ ଏହି ନିଷ୍ପତି ନେଇ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

publive-image
ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ କାଶ୍ମୀର ପ୍ରସଙ୍ଗରେ ସାରା ଭାରତକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଆସନ୍ତା ୭ ତାରିଖରେ କାଶ୍ମୀର କଥା କହିବେ ମୋଦି । କଣ ପାଇଁ ଆଉ କେଉଁ ପରିସ୍ଥିତିରେ ୩୭୦କୁ ଜମ୍ମୁ-କାଶ୍ମୀରୁ ହଟାଗଲା ତାର ପୂରା କାହାଣୀ ଦେଶବାସୀଙ୍କ ଆଗରେ ମନଖୋଲି ମୋଦି କହିବେ ବୋଲି ଅନୁମାନ କରାଯାଉଛି । ତେବେ ଏହା ଭିତରେ କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ସାରା ଦେଶରୁ ଏହି ନିଷ୍ପତ୍ତିକୁ ସମର୍ଥନ ମିଳିଛି ।