କନକ ବ୍ୟୁରୋ: ଆଜି ଉତ୍ତରାଖଣ୍ଡ ଗସ୍ତ ଅବସରରେ କେଦାରନାଥ ବାବାଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ମହାଦେବ କେଦାରନାଥଙ୍କ ରୁଦ୍ରାଭିଷେକ କରିଛନ୍ତି । ଏହି ସମୟରେ ମୋଦୀ ପିନ୍ଧିଥିବା ଖାସ୍ ପୋଷାକ ଉପରେ ସମସ୍ତଙ୍କ ନଜର ଥିଲା । ଏହାକୁ ନେଇ ଏବେ ଚର୍ଚ୍ଚା ।

Advertisment

କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଗସ୍ତ ସମୟରେ ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ହିମାଚଳପ୍ରଦେଶର ସ୍ୱତନ୍ତ୍ର ‘ଚୋଲା ଡୋରା’ ପୋଷାକ । ଏହାକୁ ହିମାଚଳପ୍ରଦେଶର ଜଣେ ମହିଳା ତିଆରି କରି ମୋଦୀଙ୍କୁ ଉପହାର ଦେଇଥିଲେ ।

ନିକଟରେ ମୋଦୀଜୀ ହିମାଚଳପ୍ରଦେଶରେ ଗସ୍ତ କରିଥିଲେ । ଏହି ସମୟରେ ହିମାଚଳର ଚମ୍ବାରେ ରହୁଥିବା ଜନୈକ ମହିଳା ନିଜ ହାତରେ ଏହି ପୋଷାକ ତିଆରି କରି ମୋଦୀଙ୍କୁ ଉପହାର ଦେଇଥିଲେ । ଏହା ଉପରେ ହୋଇଥିବା ଏମ୍ବ୍ରୋଏଡୋରୀ ସ୍ୱତନ୍ତ୍ର । ସେତେବେଳେ ମୋଦୀ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଯେବେବି କୌଣସି ଥଣ୍ଡା ଅଞ୍ଚଳକୁ ଯିବେ ଏହି ପୋଷାକ ହିଁ ପିନ୍ଧିବେ । କେଦାରନାଥଙ୍କୁ ଦର୍ଶନ କରିବାକୁ ଯିବାବେଳେ ଏହି ପ୍ରତିଶ୍ରୁତି ରକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।