କନକ ବ୍ୟୁରୋ : ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ପ୍ରଶଂସା କରି ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ବୁଧବାର ଗୁଲାମନବୀଙ୍କ ପୁସ୍ତକ ଆଜାଦ ରିଲିଜ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ପରିଶ୍ରମୀ ନେତା ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ମୋଦୀଙ୍କ ପ୍ରଶଂସା କରି ଗୁଲାମ କହିଥିଲେ ମୋଦି ପ୍ରତିଶୋଧପରାୟଣ ହୋଇ କୌଣସି କାମ କରନ୍ତି ନାହି । ସେପଟେ କଂଗ୍ରେସର ସମାଲୋଚନା ମଧ୍ୟ କରିଛନ୍ତି ଗୁଲାମ । ସ୍ପଷ୍ଟ ଶଦ୍ଧରେ ଗୁଲାମ କହିଛନ୍ତି କଂଗ୍ରେସ ଦଳ ଏବେବି ରିମୋର୍ଟ କଂଟ୍ରୋଲରେ ପରିଚାଳିତ ହେଉଛି । ଯଦିଓ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି କିନ୍ତୁ ଅସଲ କ୍ୟାପଟେନ ହେଉଛନ୍ତି ରାହୁଲ ଗାନ୍ଧୀ । ଏଥିସହ ସେ କହିଛନ୍ତି କଂଗ୍ରେସ ପାର୍ଟି ନିଜ ଭୁଲ ସୁଧାରି ଏକ ରାଷ୍ଟ୍ରୀୟ ଦଳଭାବେ ଭୂମିକା ତୁଳାଉ    । ଗୁଲାମଙ୍କ ବୟାନକୁ ନିନ୍ଦା କରିଛି କଂଗ୍ରେସ ।