ଇତିହାସ ରଚିଲେ ମୋଦି ! ବାଜପେୟୀଙ୍କ ଅନ୍ତିମଯାତ୍ରାରେ ପଦଯାତ୍ରା କରି ସମସ୍ତଙ୍କୁ ଚକିତ କଲେ ପ୍ରଧାନମନ୍ତ୍ରୀ ।

ଇତିହାସ ରଚିଲେ ମୋଦି ! ବାଜପେୟୀଙ୍କ ଅନ୍ତିମଯାତ୍ରାରେ ପଦଯାତ୍ରା କରି ସମସ୍ତଙ୍କୁ ଚକିତ କଲେ ପ୍ରଧାନମନ୍ତ୍ରୀ ।

Hindustan Times

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ବିଜେପି ଏବଂ ଅନ୍ୟ ବଳିଷ୍ଠ ନେତା ବାଗପେୟୀଙ୍କ ଶେଷ ଦର୍ଶନ ପାଇଁ ପଦଯାତ୍ରା କରିଥିଲେ । ଦିଲ୍ଲୀର ଦିନ୍ ଦୟାଲ୍ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ମୁଖ୍ୟ କାର୍ୟ୍ୟାଳୟରୁ ଅଟଳ ବିହାରୀ ବାଜପେୟୀଙ୍କ ମର ଶରୀରକୁ ନିଆଯିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶବଯାତ୍ରା ପଛେ ପଛେ ପାଦରେ ଚାଲି ଚାଲି ଯିବା ଘଟଣା ସଭିଙ୍କୁ ଚକିତ କରିଛି। ଏଯାବତ୍ କୌଣସି ବି ପ୍ରଧାନମନ୍ତ୍ରୀ କାହାରି ମରଶରୀର ପଛରେ ଏଭଳି ଭାବେ ଚାଲି ଚାଲି ଯାଇନଥିଲେ। ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ଏହି ଯାତ୍ରା ଏକ ଇତିହାସ ରଚିଛି। ମୋଦି ଯେତେବେଳେ ନିଜ କାର୍ରେ ନଯାଇ ପାଦରେ ଚାଲି ଚାଲି ଯାଇଥିଲେ ତାହା ଦେଖି ଦେଖଣାହାରୀ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। ପୂର୍ବରୁ ସେ ଚାଲିକରି ଯିବେ ବୋଲି କୌଣସି ଯୋଜନା ନଥିଲା। ସେ ଅଚାନକ ଭାବେ ଚାଲି ଚାଲି ବାଜପେୟୀଙ୍କ ଶବଯାତ୍ରା ପଛରେ ଯାଇଥିଲେ। କେବଳ ମୋଦି ନୁହେଁ, ତାଙ୍କ ସହ ପୁରା ମନ୍ତ୍ରିମଣ୍ଡଳ ଓ ସୁରକ୍ଷାକର୍ମୀ ବି ଚାଲି କରି ଯାଇଥିଲେ।

publive-image

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଶେଷକୃତ୍ୟ ହେବା ପାଇଁ ସ୍ଥିରୀକୃତ ସ୍ଥାନ ରାଷ୍ଟ୍ରୀୟ ସ୍ମୃତିସ୍ଥଳ ଆଡ଼େ ମୋଦି ଅଚାନକ ଭାବେ ପାଦରେ ଚାଲି ମୁହାଁଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ପୁଲିସକୁ ମୋଦି ଚାଲିକରି ଯିବେ ବୋଲି ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଚାଲିକରି ଯିବେ ବୋଲି ଖବର ପାଇବା ପରେ ପୁଲିସ୍ ପକ୍ଷରୁ ସଚେତନତା ବୃଦ୍ଧି ପାଇଥିଲା।

publive-image

ମୋଦିଙ୍କ ପଛେ ପଛେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜୟ ରୁପାନି, ଶିବରାଜ ଚୌହ୍ବାନ, ଯୋଗୀ ଆଦିତ୍ୟନାଥ ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ମୋଦିଙ୍କ ପଛେ ପଛେ ପାଦରେ ଚାଲି ଚାଲି ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଆଡକୁ ଅଗ୍ରସର ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe