ଆଜି ନିର୍ବାଚନ କ୍ଷେତ୍ର ବାରାଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ! ଆରମ୍ଭ କରିବେ ସଦସ୍ୟତା ଅଭିଯାନ

62

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଦେଶବ୍ୟାପି ସଦସ୍ୟତା ଅଭିଯାନ ଆରମ୍ଭ କରିବା ପାଇଁ ଆଜି ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଯିବେ । ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅଭିଯାନ ସମାଜର ସବୁ ବର୍ଗର ଲୋକଙ୍କୁ ବିଜେପି ପରିବାର ସହ ଯୋଡିବ । ଯାହା ଆମ ପାର୍ଟିକୁ ଆହୁରି ମଜବୁତ୍ କରିବ । ଆମ ପ୍ରେରଣା ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ବିଜେପିର ସଦସ୍ୟତା ଅଭିଯାନରୁ ଆରମ୍ଭ କରିବା । ମୁଁ ଏହି ଅଭିଯାନରେ କାଶୀରେ ସାମିଲ୍ ହେବି । ପ୍ରଧାନମନ୍ତ୍ରୀ ଏଠାରେ ବୃକ୍ଷରୋପଣ ଅଭିଯାନ “ଆନନ୍ଦ କାନନ” ଆରମ୍ଭ କରିବେ ।

ମୋଦି ଏଠାରେ ବଡ ଲାଲପୁରରେ ଦିନଦୟାଲ୍ ଉପାଧ୍ୟାୟ ବ୍ୟାପାର ସୁବିଧା କେନ୍ଦ୍ରରେ ୫,୦୦୦ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ , ଯେଉଁଠାରେ ସେ ସଦସ୍ୟତା ଅଭିଯାନ ଆରମ୍ଭ କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରିବେ । ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ କ୍ଷେତ୍ରକୁ ଏହା ଦ୍ୱିତୀୟ ଗସ୍ତ ।