ଦୀପାବଳୀରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ, ନୌସରୀ ଠାରେ ଯବାନଙ୍କ ସହ ପାଳିବେ ଦୀପାବଳୀ

138

କନକ ବ୍ୟୁରୋ :  ଆଜି ପବିତ୍ର ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ସେନାର ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶ୍ମୀର ରାଜୌରୀ ଜିଲ୍ଲାର ନୌସରୀ ପହଂଚି ଯବାନଙ୍କ ସହ ଦୀପାବଳି ପାଳନ କରିବେ । କହିରଖୁ କି ୨୦୧୪ ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ପ୍ରତିବର୍ଷ ଦୀପାବଳିକୁ ସେ ଯବାନଙ୍କ ସହ ପାଳନ କରୁଥିବା ଦେଖିବାକୁ ମିଳିଛି ।

କୁହାଯାଉଛି କି ଏହି ଅବସରରେ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳ ଗସ୍ତ କରିବେ । ଅନୁମାନ କରାଯାଉଛି କି ପ୍ରଧାନମନ୍ତ୍ରୀ ଲଦାଖ ଗସ୍ତ କରିପାରନ୍ତି । ୨୦୧୪ ରେ ପ୍ରଥମେ ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ସେହିବର୍ଷ ଦୀପାବଳିରେ ସେ ସିଆଚୀନରେ ଯବାନଙ୍କ ସହ ଦୀପାବଳୀ ମନାଇଥିଲେ । ୨୦୧୬ ରେ ପଞ୍ଜାବରେ ସେନାଙ୍କ ସହ ଦୀପାବଳି,୨୦୧୬ ରେ ହିମାଚଳରେ ଯବାନଙ୍କ ସହ ଦୀପାବଳି ମନାଇଥିଲେ ପ୍ରଧାନମନ୍ତ୍ରୀ । ୨୦୧୭ ରେ ଜମ୍ମୁ-କାଶ୍ମୀରର ଗୁରେଜ ଠାରେ ଓ ୨୦୧୮ ରେ ତିଦବ୍ଦ ଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦୀ । ୨୦୧୯ ରେ ଏଲଓସିରେ ତ ୨୦୨୦ ର ଲେଙ୍ଗବାଲା ପୋଷ୍ଟରେ ଯବାନଙ୍କ ସହ ଦୀପାବଳି ପାଳନ କରି ଯବାନମାନଙ୍କୁ ଉତ୍ସାହିତ କରିଥିଲେ ।

କହିରଖୁ କି ନରେନ୍ଦ୍ର ମୋଦୀଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଦେଶରେ ଏଭଳି ପରମ୍ପରାକୁ ପାଳନ କରୁନଥିଲେ । ଅନ୍ୟ ସରକାରଙ୍କ ସମୟରେ କୌଣସି ପ୍ରଧାନମନ୍ତ୍ରୀ ସିଧା ସଳଖ ଯବାନମାନଙ୍କ ସହ ଏଭଳି ମିଶିବାର ଦେଖିବାକୁ ମିଳିନଥିଲା ।