କନକ ବ୍ୟୁରୋ : ଗୁରୁବାର ଦିନ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କି, ହ୍ୱାଟସଆପ୍ ମାଧ୍ୟମରେ ଲୋକଙ୍କ ମୋବାଇଲକୁ ପଠାଯାଉଥିବା ବିକଶିତ ଭାରତ ମେସେଜ ତୁରନ୍ତ ବନ୍ଦ କରାଯାଉ । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥଲା କି, ନିର୍ବାଚନ ଆଚରଣବିଧୀ ଲାଗୁ ହେବା ପରେ ସରକାର ସରକାରୀ ଯୋଜନା ସହ ଜଡିତ ମେସେଜ ସାଧାରଣ ଲୋକଙ୍କ ନିକଟକୁ ପଠାଉଛନ୍ତି ।
ବିଭାଗୀୟ ମନ୍ତ୍ରଣାଳୟ ଏହା ଉପରେ ଜବାବ ରଖି କହିଛନ୍ତି କି, ଏହି ମେସେଜ ସବୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ପଠାଯାଇଥିଲା । ହେଲେ ସିଷ୍ଟମ ଓ ନେଟୱର୍କ ଅସୁବିଧା କାରଣରୁ ଏହା ବିଳମ୍ବରେ ଲୋକଙ୍କ ପାଖରେ ପହଂଚୁଛି ।
କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗ ୮ ଜଣ ଜିଲ୍ଲାପାଳ ଓ ୮ ଜଣ ଏସପିଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ଆସାମ ରାଜ୍ୟ ସାମିଲ ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଭାଇ ସୁଶାନ୍ତ ବିଶ୍ୱଶର୍ମା (ଏସପି), କଂଗ୍ରେସ ସାଂସଦ ଜସବୀର ସିଂ ଗିଲଙ୍କ ଭାଇ ହରନାନବୀର ସିଂ (ଏସଏସପି) ମଧ୍ୟ ସାମିଲ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Untitled-1-16.jpg)