ରାତି ଅଧରେ କାଶୀ ରାସ୍ତା ନୀରିକ୍ଷଣ କରିବାକୁ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଙ୍ଗରେ ଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

129

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିଥିଲେ । ରାତି ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଶିବପୁର-ଫୁଲୱାରିଆ-ଲହରତାରା ରାସ୍ତା ଯାଂଚ କରିବାକୁ ଯାଇଥିଲେ ।

ନିକଟରେ ଏହାର ଉଦଘାଟନ କରାଯାଇଥିଲା । ୩୬୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଫଳରେ ଟ୍ରାଫିକ୍ ଭିଡ଼ କମିବାରେ ସହାୟକ ହେଉଛି । ସେହିପରି ବିଏଚ୍ୟୁରୁ ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ଦୂରତା ୭୫ ମିନିଟରୁ ୪୫ ମିନିଟକୁ ହ୍ରାସ କରାଯାଉଛି । ବାରାଣସୀର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଏହି ପ୍ରକଳ୍ପରେ ରେଳବାଇ ଏବଂ ପ୍ରତିରକ୍ଷା ସମେତ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଭବନରେ ପ୍ରଧାନମନ୍ତ୍ରୀ ସାଂସଦ ଜ୍ଞାନ ପ୍ରତିଯୋଗିତା, ଏମପି ଫଟୋଗ୍ରାଫି ପ୍ରତିଯୋଗିତା ଏବଂ ଏମପି ସଂସ୍କୃତ ପ୍ରତିଯୋଗିତାର ପ୍ରତିଯୋଗୀଙ୍କ ସହ ଆଲୋଚନା କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ୫ ଜଣ ବିଶିଷ୍ଟ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ।