୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଜନସମ୍ପର୍କ ସ୍ଥାପନ କରିବାକୁ ଦେଲେ ଆହ୍ୱାନ, କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ ।

106

କନକ ବ୍ୟୁରୋ : ‘ମୋଦୀ ଜୀ’ ନକହି ମୋଦୀ ବୋଲି ସମ୍ବୋଧନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଦଳୀୟ ନେତାଙ୍କୁ ଏଭଳି ଆହ୍ୱାନ କରିଛନ୍ତି । ହିନ୍ଦୀ ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ଆଉ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି । କେଉଁଭଳି ଶୈଳୀରେ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ଦିନରେ ନିର୍ବାଚନ ଲଢିବ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଉପସ୍ଥିତ ଦଳର ସମସ୍ତ ସାଂସଦଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ମୋଦୀ । ତିନି ରାଜ୍ୟରେ ବିଜୟ ପାଇଁ ମୋଦୀ ଗ୍ୟାରେଂଟିକୁ ସାଂସଦମାନେ ଶ୍ରେୟ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ କେବଳ ଜଣେ ବ୍ୟକ୍ତିର ହୁଏନାହିଁ । ଏହା ସମସ୍ତ ଦଳୀୟ କର୍ମୀଙ୍କର । ଏବେ କିଛି ଦିଗ ଉପରେ ଏବେ ନଜର ପକାନ୍ତୁ ଯାହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
– ମୋଦୀ ଜୀ ନକହି କେବଳ ମୋଦୀ ସମ୍ବୋଧନ କର
– ଡିସେମ୍ବର ୨୨ରୁ ଜାନୁଆରୀ ୨୫ ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ ଓ ସାଂସଦ
– ବିଜେପିର ବିଜୟ ଜଣଙ୍କର ନୁହେଁ ସମସ୍ତ କର୍ମୀଙ୍କ କଠିନ ପରିଶ୍ରମର ଫଳ
– ରାଜ୍ୟଗୁଡିକରେ ଲଗାତାର ଜିତିବାରେ କଂଗ୍ରେସ ତୁଳନାରେ ବିଜେପିର ହାର ଅଧିକ
– ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତି କର
– ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯାଇ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ