ମନ ଜିଣିଲେ ସୁନାପୁଅ ନୀରଜ, କୁନି ପିଲାଙ୍କୁ ଶିଖାଇଲେ ଜାଭେଲିନ ଥ୍ରୋ । ଟ୍ୱିଟ୍ କରି ମୋଦୀ କହିଲେ କିଛି ଏମିତି କଥା । 

Advertisment
ମନ ଜିଣିଲେ ସୁନାପୁଅ ନୀରଜ, କୁନି ପିଲାଙ୍କୁ ଶିଖାଇଲେ ଜାଭେଲିନ ଥ୍ରୋ । ଟ୍ୱିଟ୍ କରି ମୋଦୀ କହିଲେ କିଛି ଏମିତି କଥା । 

କନକ ବ୍ୟୁରୋ : ଅଲିମ୍ପିକ୍ସରେ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ଚୋପ୍ରା । ସାରା ଦେଶ ତାଙ୍କୁ ସଲାମ କରିଥିବା ବେଳେ ତାଙ୍କୁ ଅନେକ ପ୍ରଶଂସା କରାଯାଇଥିଲା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି କେବଳ କ୍ରୀଡ଼ାପ୍ରେମୀ କି ସାଧାରଣ ଜନତାଙ୍କର ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ ବଡ ନେତାଙ୍କ ହୃଦୟ ଜିତିଛନ୍ତି ସେ। ଏବେ ପୁଣି ସେ ନିଜ କାମ ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ବନିଛନ୍ତି । ଏମିତିକି ତାଙ୍କ କାମ ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ କରିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଅହମ୍ମଦାବାଦରେ ଥିବା ଏକ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ପିଲାମାନଙ୍କୁ ଭେଟି ସେମାନଙ୍କୁ ଜାଭେଲିନ୍ ଫିଙ୍ଗିବାର କୌଶଳ ଶିଖାଇଥିଲେ । ଏହା ବ୍ୟତୀତ ପିଲାମାନଙ୍କୁ ଫିଟନେସ୍ ଟିପ୍ସ ଦେଇ ସେମାନଙ୍କୁ ଏହାର ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ କରାଇଥିଲେ ଜ୍ଝ ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ଏଥିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନୀରଜ ଚୋପ୍ରାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ଏବଂ ଫିଟନେସ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି। ଏହା ସହ ଏହି ଅଭିଯାନକୁ ଜାରି ରଖିବା ପାଇଁ କହିଛନ୍ତି ।

ସଂସ୍କାରଧାମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବା ପରେ ନୀରଜ କହିଛନ୍ତି, ଆଜିର ଦିନ ମୋ ପାଇଁ ବେଶ ଭଲ ଥିଲା । ସ୍କୁଲ ପିଲାଙ୍କ ସହ ଖେଳିବା, ସେମାନଙ୍କ ସହ କଥାବାର୍ତ୍ତା ହେବା ଏବଂ ବିଭିନ୍ନ ବ୍ୟାୟାମ ବାବଦରେ କହିବା ସହ ଫିଟନେଓ କାହିଁକି ଜରୁରୀ ସେ ବାବଦରେ ଆଲୋଚନା କରି ଭଲ ଲାଗିଲା । ସ୍କୁଲରେ ପାଠପଢା ସହ ଖେଳକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାରୁ ଖୁସିବ୍ୟକ୍ତ କରିଥିଲେ ନୀରଜ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଅଗଷ୍ଟ ୧୬ରେ ଟୋକିଓ ଅଲମ୍ପିକ ପ୍ରତିଯୋଗୀଙ୍କୁ ଭେଟିଥିଲେ । ସେତେବେଳେ ୨୦୨୩ ମଧ୍ୟରେ ସମସ୍ତ ଖେଳାଳୀ ୭୫ଟି ଲେଖାଏଁ ସ୍କୁଲ ଯାଇ କ୍ରୀଡା ବାବଦରେ ପିଲାଙ୍କ ମନରେ ଉତ୍ସାହ ଭରିବାକୁ ପରାମର୍ଶ ଦେଇଥିଲେ । ଆଉ ଏହାର ଆରମ୍ଭ ନୀରଜ ଚୋପ୍ରା କରିଛନ୍ତି ।  କ୍ରୀଡା ମନ୍ତ୍ରାଳୟ ଦ୍ୱାରା ମିଟ୍ ଦ ଚାମ୍ପିୟନ କ୍ୟାମ୍ପେନ ଆରମ୍ଭ କରାଯାଇଥିବା ବେଳେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଏହା ଜାରି ରହିବ । ଆସନ୍ତା ଜାନୁଆରୀ ମାସରୁ ଅଲମ୍ପିକ ଖେଳାଳୀ ସ୍କୁଲକୁ ଯିବା ସହ ଛାତ୍ରଛାତ୍ରୀଙ୍କୁ କ୍ରୀଡା ଦିଗରେ ପୋତ୍ସାହିତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe