ଏକାଠି ରହିଲେ ଆଗକୁ ବଢିବା । ରାଷ୍ଟ୍ରୀୟ ଏକତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ୍

104

କନକ ବ୍ୟୁରୋ : ଆଜି ସର୍ଦ୍ଦାରବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ଜାରି କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧୀତ କରି କହିଛନ୍ତି, ଦେଶକୁ ସର୍ବୋଚ୍ଚ ସ୍ଥାନକୁ ନେଇଯିବା ପାଇଁ ଆମ ସରକାର ସବୁବେଳେ ଚେଷ୍ଟିତ । ଭାରତ କେବଳ ଏକ ଭୌଗୋଳିକ ୟୁନିଟ୍ ନୁହେଁ । ଦେଶରେ ୧୩୦ କୋଟିରୁ ଅଧିକ ଲୋକ ରହୁଛନ୍ତି । ଏଠାରେ ଏକତା ଦେଶକୁ ଏକ ନୂଆ ପରିଚୟ ଦେଇଛି । ଆଜି ଭାରତ ଆତ୍ମନିର୍ଭରଶୀଳତାର ଏକ ନୂଆ ଉଚ୍ଚତାରେ ଚାଲୁଛି । ଆମ ସରକାର ଏପରି ଏକ ଭାରତ ଗଠନ କରିବାକୁ ଚାହେଁ, ଯେଉଁଠାରେ ଦେଶରେ ଦଳିତ, ବଞ୍ଚିତ, ଆଦିବାସୀ, ବନବାସୀ ଭଳି ସବୁ ସମ୍ପ୍ରଦାୟର ଗରିବ ଲୋକେ ନିଜକୁ ସାମାନ ବୋଲି ଭାବିବେ । ଦୁରଦୂରାନ୍ତର ଯାଏଁ ବିଶ୍ୱାସର ଏକ ବାତାବରଣ ସୃଷ୍ଟି କରିବାକୁ ଚାହେଁ ଆମ ସରକାର । ପରସ୍ପର ମଧ୍ୟରେ ଏକତା ରହିଲେ ଦେଶ ଆଗକୁ ବଢିବ ।