କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆକାଶ ମାର୍ଗରୁ ବାତ୍ୟାଂଚଳ ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ ନରେନ୍ଦ୍ର ମୋଦୀ । ସକାଳ ୮ଟା ୫୦ରେ ନୂଆଦିଲ୍ଲୀରୁ ବାହାରି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଁଚିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ଆସିବେ । ଭୁବନେଶ୍ୱରରେ ପହଁଚିବା ପରେ ଦିନ ୧୧ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୋଦୀ । ଏହି ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଆକାଶ ମାର୍ଗରୁ ବାତ୍ୟାଂଚଳ ଦେଖିବା ପାଇଁ ଦିନ ୧୨ଟା ୧୦ ରେ ବାହାରିବେ ମୋଦୀ ।
ଆକାଶମାର୍ଗରୁ ବାଲେଶ୍ୱର ଓ ଭଦ୍ରକର ପ୍ରଭାବିତ ଅଂଚଳ ବୁଲି ଦେଖିବେ । ଏହା ପରେ ପଶ୍ଚିମବଂଗ ଯାଇ ସେଠାରେ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତି ନେଇ ଗତକାଲି ମଧ୍ୟ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫରେ ସୁବଂଟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହାସହ ବାତ୍ୟା ପ୍ରଭାବିତ ଅଂଚଳରେ କିପରି ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯାଇପାରିବ, ସେ ନେଇ କାର୍ଯ୍ୟ ଜାରି ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/3-19.jpg)