କନକ ବ୍ୟୁରୋ: ନୀରବି ଗଲେ ସୁର ସାମ୍ରାଜ୍ଞୀ । ୯୨ବର୍ଷରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଖି ବୁଜିଛନ୍ତି ଲତା । ତେବେ ମିଳିଥିବା ସୂଚନା ମୁତାବକ, ଶିବାଜୀ ପାର୍କରେ ସ୍ୱର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ହେବ । ଏବେ ପେଡର ରୋଡ ବାସଭବନରେ ତାଙ୍କର ଶେଷଦର୍ଶନ ଚାଲିଛି । ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁମ୍ବାଇ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ଭାରତର କୋକିଳ କଣ୍ଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ସାରା ଦେଶ । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଜି ସକାଳ ୮ଟା ୧୨ମିନିଟରେ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଛି । ତାଙ୍କ ସମ୍ମାନରେ ଦୁଇ ଦିନ ଧରି ଜାତୀୟ ପତାକାକୁ ଅର୍ଦ୍ଧନମିତ କରିରଖାଯିବ । ପେଡର ରୋଡ ସ୍ଥିତ ତାଙ୍କ ବାସଭବନରେ ଏବେ ଶେଷଦର୍ଶନ ଚାଲିଛି । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱର ସାମ୍ରାଜ୍ଞୀଙ୍କ ଶେଷଦର୍ଶନ କରିଛନ୍ତି ।

Advertisment