ଆଜି ସନ୍ଧ୍ୟା ୭ଟା ୧୫ରେ ଶପଥ ଗ୍ରହଣ କରିବେ ମୋଦୀ । ମନ୍ତ୍ରୀ ପଦ ମିଳିବା ପୂର୍ବରୁ ନେତାଙ୍କୁ ଗଲାଣି ଫୋନ୍ କଲ୍ । 

593

କନକ ବ୍ୟୁରୋ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବେ । ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀଙ୍କ ପାଖକୁ ଫୋନ୍ ଯାଇଛି । ସେହିପରି ଜୀତନରାମ ମାଂଝୀ, ଜୟନ୍ତ ଚୌଧୁରୀ ଓ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ଫୋନ୍ ଯାଇଛି । ଟିଡିପିର ଦୁଇ ଜଣ ରାମ ମୋହନ ନାଇଡୁ ଓ ଡ. ଚନ୍ଦ୍ରଶେଖରଙ୍କୁ ଫୋନ୍ କଲ ଯାଇଛି । ସେହିପରି ଜେଡିୟୁର ରାମନାଥ ଠାକୁରଙ୍କୁ ଫୋନ୍ ଯାଇଥିବା ଜଣାପଡ଼ିଛି ।