କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁସ୍ତକର ହୋଇଛି ହିନ୍ଦୀ ଅନୁବାଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ଜନପଥ ଆମ୍ବେଦକର ଇଂଟନ୍ୟାସନାଲ ସେଂଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରାଯିବ ।

Advertisment

ଏହି ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଛନ୍ତି ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଡକ୍ଟର ଶଙ୍କରଲାଲ ପୁରୋହିତ । ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ପ୍ରକାଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭତୃହରି ମହତାବ ଉପସ୍ଥିତ ରହିବେ । ପୁସ୍ତକ ଉନ୍ମୋଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।