କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଅଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅକ୍ସିଜେନ ନିର୍ମାତାଙ୍କ ସହ ବି କରିବେ ଆଲୋଚନା

ତିନି ବୈଠକ ପରେ ହୋଇପାରେ ବଡ ନିଷ୍ପତି

152

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେଇଥି ପାଇଁ ଆଜି ପଶ୍ଚିମବଙ୍ଗରେ ନିଜର ସମସ୍ତ ପ୍ରଚାର ରାଲି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ନରେନ୍ଦ୍ର ମୋଦି । ଟୁଇଟ କରି ଏହି ସୂଚନା ନିଜେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳ ୯ଟାରେ କରୋନା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । ପରେ ଦିନ ୧୦ଟାରେ ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ମଧ୍ୟାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସି ଜରିଆରେ ଦେଶର ବଡ ବଡ ଅକ୍ସିଜେନ ନିର୍ମାଣକାରୀ କଂପାନୀ ମୁଖ୍ୟଙ୍କ ସହ ବୈଠକ କରିବେ । ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ୪ଟି ପ୍ରଚାର ସଭା କରିବା କାର୍ଯ୍ୟକ୍ରମ ରହିଥିଲା । ମାଲଦା, ମୁର୍ଶିଦାବାଦ, ବୀରଭୁମି ଓ କୋଲକାତା ଦକ୍ଷିଣରେ ପ୍ରଚାର ସମାବେଶକୁ ବାତିଲ କରିଛନ୍ତି ନରେନ୍ଦ୍ର ମୋଦି । ତେବେ ପଶ୍ଚିମବଙ୍ଗ ବିଜେପିର ଅନୁରୋଧକ୍ରମେ ସନ୍ଧ୍ୟା ୫ଟାରେ ଭର୍ଚୁଆଲ ରାଲିରେ ପଶ୍ଚିମବଙ୍ଗର ଜନତାକୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।