ଦେଶରେ କିଭଳି ଅଛି କୋଭିଡ୍ ସ୍ଥିତି ? ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ, ମହାମାରୀ ମୁକାବିଲା ପାଇଁ ଦଶ ମନ୍ତ୍ର ଦେଲେ ମୋଦି..

Advertisment
ଦେଶରେ କିଭଳି ଅଛି କୋଭିଡ୍ ସ୍ଥିତି ? ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ, ମହାମାରୀ ମୁକାବିଲା ପାଇଁ ଦଶ ମନ୍ତ୍ର ଦେଲେ ମୋଦି..

କନକ ବ୍ୟୁରୋ : ଦେଶର କରୋନା ସ୍ଥିତି ନେଇ ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ସ୍ଥିତି ସୁଧୁରୁଥିବାର ମିଳୁଛି ସଙ୍କେତ । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶ ଏହି କରୋନା ଲଢେଇରେ ମିଳିମିଶି କାମ କରୁଥିବା ଯୋଗୁଁ ଏହା ଏକ ଉଦାହରଣ ପାଲଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଇଛନ୍ତି ୧୦ଟି ପରାମର୍ଶ।

  1. କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୫.୦ ସହ ଲୋକଙ୍କ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଅନ୍‌ଲକ୍‌ ୧.୦ ମଧ୍ୟ ଘୋଷଣା କରିଛନ୍ତି
  2. ଏହା ଯେପରି ଦେଶର ପ୍ରତ୍ୟେକ ରାଜ୍ୟରେ ନୀତି ନିୟମର ସହ କଡ଼ାକଡ଼ି ଭାବେ ପାଳିତ ହୁଏ ତାହାକୁ ନିଶ୍ଚିତ କରିବେ ରାଜ୍ୟ ସରକାରମାନେ।
  3. ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନରେ ଯେପରି କୌଣସି ବାଧାବିଘ୍ନ ସୃଷ୍ଟି ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନଦେବେ।
  4. ନିଜ ନିଜ ରାଜ୍ୟରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି କରିବେ
  5. କେହି ଯେପରି ବିନା ମାସ୍କରେ ଘରୁ ପଦାକୁ ନବାହାରନ୍ତି ତାହାକୁ ନିଶ୍ଚିତ କରିବେ
  6. ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନସିଂ ଯେପରି କଡ଼ାକଡ଼ି ଭାବେ ପାଳିତ ହୁଏ ତାହାକୁ ମଧ୍ୟ ନିଶ୍ଚିତ କରିବେ
  7. କୋଭିଡ୍‌- ୧୯ ମୁକାବିଲା ପାଇଁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ସହ ସଂକ୍ରମଣକୁ ପ୍ରତିହତ କରିବେ
  8. କୋଭିଡ୍‌- ୧୯ ଜନିତ ମୃତ୍ୟୁକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ କରିବେ
  9. ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାରେ ସାହାଯ୍ୟ କରିବେ
  10. କୋଭିଡ୍‌- ୧୯ର ସଫଳ ମୁକାବିଲା କରି ସମଗ୍ର ବିଶ୍ୱ ପାଇଁ ଉଦାହାରଣ ସାଜିବେ

ଉଲ୍ଲେଖଯୋଗ୍ୟ ଦେଶରେ କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରେ ଏହା ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଷଷ୍ଠ ଭିଡିଓ କନଫରେନ୍ସିଂ। କରୋନା ମୃତ୍ୟୁ ସଂଖ୍ୟାରେ ସର୍ବନିମ୍ନ ଥିବା ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି । ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe