କନକ ବ୍ୟୁରୋ: ଦେଶରେ ରେଳ ଭିତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । ଆଜି ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିିଭୂମି ପ୍ରକଳ୍ପର ଶିଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା ।

ଏହି ଷ୍ଟେସନ ଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଂଟର ଭାବେ କାର୍ଯ୍ୟ କରିବ । ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ । ସେପଟେ ଉତରପ୍ରଦେଶର ଗୋମତୀନଗର ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୩୮୫ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କରାଯାଇଛି । ଏହାଛଡ଼ା ୧୫ଶହ ରୋଡ ଓଭରବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି ।