ଗୁଜରାଟ କେୱାଡିଆରେ ଉଦଘାଟନ ହେଲା ମିଶନ ଲାଇଫ । ପରିବେଶ ସୁରକ୍ଷା ଦିଗରେ କରିବ କାମ

80

କନକ ବ୍ୟୁରୋ : ଗୁଜରାଟ କେୱାଡିଆରେ ଉଦଘାଟନ ହେଲା ମିଶନ ଲାଇଫ । ମିଶନ ଲାଇଫର ମୂଳ ଉଦ୍ଦେଶ୍ୟ ହେଉଛି ଜୀବନ ଶୈଳୀ ପାଇଁ ଉତମ ପରିବେଶ । ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଟୋଂନିଓ ଗୁଟେରସ ମିଳିତଭାବେ ମିଶନ ଲାଇଫକୁ ଉଦଘାଟନ କରିଛନ୍ତି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଳବାୟୁ ପରିବର୍ତନ ଯୋଗୁଁ ଆସୁଥିବା ବିଭିନ୍ନ ଚ୍ୟାଲେଂଜକୁ କିଭଳି ମୁକାବିଲା କରାଯିବ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ବୈଶ୍ୱୟିକ ଏକତାର ଆବଶ୍ୟକତା ଜରୁରୀ । ମିଶନ ଲାଇଫ ପରିବେଷ ସୁରକ୍ଷା ଦିଗରେ ପ୍ରୋତ୍ସାହିତ କରେ ।

ନିଜର ଜୀବନଶୈଳୀକୁ ସଜାଡିବା ସହ ପରିବେଶ ସୁରକ୍ଷା ଦିଗରେ କାମ କରିବା ଜରୁରୀ । ସେପଟେ ଏଭଳି ଅଭିଯାନର ନେତୃତ୍ୱ ନେଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଲେ ଜାତିସଂଘର ସେକ୍ରେଟେରୀ ଜେନେରାଲ । ଗୁଟେରସ ୨୪ଘଂଟା ଧରି ସୌରଶକ୍ତିରରେ ଚାଳିତ ଗାଁ ମୋଥେରା ପରିଦର୍ଶନ କରିଛନ୍ତି । କାର୍ଯ୍ୟକ୍ରମରେ ୧୨୦ଦେଶର ରାଷ୍ଟ୍ରଦୂତମାନେ ଅଂଶଗ୍ରହଣ କରିଛନ୍ତି । ଅନ୍ୟପଟେ ଗୁଜରାଟ ନିର୍ବାଚନ ଆଗରୁ ରାଜ୍ୟପାଇଁ ଉପହାର ବର୍ଷା କରୁଛନ୍ତି ମୋଦୀ ସରକାର । ୨୧୭୦କୋଟିର ବିଭିନ୍ନ ବିକାଶମୂଳକ ଯୋଜନା ରାଜ୍ୟକୁ ଭେଟି ଦେଇଛନ୍ତି ।