ବର୍ଷା ଜଳ ସଂରକ୍ଷଣ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଆଜି ଅନ୍ତର୍ଜାତୀୟ ଜଳ ଦିବସରେ ଶୁଭାରମ୍ଭ ହେବ ‘କ୍ୟାଚ୍ ଦ ରେନ୍’ ଅଭିଯାନ

ବର୍ଷା ଜଳ ସଂରକ୍ଷଣ ପାଇଁ ସାରା ଦେଶରେ ଚାଲିବ ଅଭିଯାନ

154

କନକ ବ୍ୟୁରୋ : ଆଜି ହେଉଛି ଅନ୍ତର୍ଜାତୀୟ ଜଳ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳ ଶକ୍ତି ମିଶନ୍  ଜରିଆରେ ‘କ୍ୟାଚ୍ ଦ ରେନ୍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ଶକ୍ତି ମନ୍ତ୍ରୀ ଏବଂ ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ନଦୀ ସଂଯୋଗୀକରଣ ଉପରେ ରାଷ୍ଟ୍ରୀୟ ଯୋଜନାର ଏହା ହେଉଛି ପ୍ରଥମ ପ୍ରକଳ୍ପ । ସେହିପରି ଆଜି ‘କ୍ୟାଚ୍ ଦ ରେନ୍’ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହେବ । ଜଳ ଯେଉଁଠାରେ ବି ପଡ଼ୁ, ଯେତେବେଳେ ବି ପଡ଼ୁ ବର୍ଷାଜଳ ସଂଗ୍ରହ କର । ଏହି ବିଷୟବସ୍ତୁ ନେଇ ଏହି ଅଭିଯାନ ଆରମ୍ଭ କରାଯିବ ।