ଆଜି ୨ ଟି ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ ଦେଶ ଉଦ୍ଦେଶ୍ୟରେ ହେବ ଲୋକାର୍ପିତ : ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

100

କନକ ବ୍ୟୁରୋ : ଆଜି ଆୟୁର୍ବେଦ ଦିବସରେ ଲୋକାର୍ପିତ ହେବ ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ । ଆର୍ୟୁବେଦ ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ର ଜଳନ୍ଦର ଏବଂ ଜାତୀୟ ଆର୍ୟୁବେଦ ସଂସ୍ଥାନ ଜୟପୁରକୁ ଜାତି ଉର୍ଦ୍ଦେଶ୍ୟରେ ଆଜି ସମର୍ପିତ କରିବେ ପ୍ରଧାନମନ୍ତ୍ରୀ । ଆର୍ୟୁବେଦ ଦିବସ ପାଳନ ଅବସରରେ ଆୟୁସ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

୨୦୧୬ ମସିହାରୁ ଆୟୁସ ମନ୍ତ୍ରାଳୟ ପକ୍ଷରୁ ଧନ୍ତେରସ ଆର୍ୟୁବେଦ ଦିବସ ପାଳନ ହୋଇ ଆସୁଛି । କୋଭିଡ୍ ଯୋଗୁଁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହି ଦୁଇଟି ଶିକ୍ଷାନୁଷ୍ଟାନକୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି ଆୟୁଷ ମନ୍ତ୍ରାଳୟ ।