ପୁଣି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ୯ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିବ ୨୧ ହଜାର କୋଟି

ତାମିଲନାଡୁରେ ଭାରତର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ପୋର୍ଟର କରିବେ ଉନ୍ମୋଚନ

6,479

କନକ ବ୍ୟୁରୋ: ଆଜି ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ ଆଭ୍ୟନ୍ତରୀଣ ଜଳପଥ ଜାହାଜ । ତାମିଲନାଡୁ ଭି.ଓ. ଚିଦାମ୍ବରନାର ବନ୍ଦରରେ ଜାହାଜର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭି.ଓ. ଚିଦାମ୍ବରନାର ବନ୍ଦରକୁ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ କେନ୍ଦ୍ର ବନ୍ଦରରେ ପରିଣତ କରିବାକୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯିବ । ଏହାଛଡ଼ା ଥୁଥୁକୁଡ଼ି ଠାରେ ପ୍ରାୟ ୧୭ ହଜାର ୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ । ଏହାପରେ ଅପରାହ୍ନରେ ମହାରାଷ୍ଟ୍ର ଗସ୍ତରେ ଯାଇ ପିଏମ କିଷାନ ଏବଂ ଅନ୍ୟ ଯୋଜନାରେ ଲାଭାର୍ଥୀଙ୍କୁ ଟଙ୍କା ପ୍ରଦାନ କରିବେ । ୯ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୬ତମ କିସ୍ତିରେ ଆସିବ ୨୧ ହଜାର କୋଟିରୁ ଅଧିକ ଟଙ୍କା । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ୪ ହଜାର ୯୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ରାଜ୍ୟରେ ୧ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିବେ ।