ଦେଶର ପ୍ରଥମ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ୍ । ମିଳିବ ଏୟାରପୋର୍ଟ ଭଳି ସବୁ ସୁବିଧା

227

ବ୍ୟୁରୋ ରିପୋର୍ଟ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ହବିବଗଂଜରେ ରାଣୀ କମଲାପତି ରେଲୱେ ଷ୍ଟେସନ୍ କୌଣସି ଏୟାରପୋର୍ଟଠାରୁ କମ୍ ନୁହେଁ । ଏହା ଦେଶର ପ୍ରଥମ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ୍ । ଏହି ଷ୍ଟେସନରେ ଏକ ଏୟାର କନକୋର୍ସ ରହିଛି, ଯେଉଁଠି ବିମାନବନ୍ଦର ପରି ସବୁ ପ୍ରକାର ଦୋକାନ ଓ କ୍ୟାଫେ ରହିଛି ।


ରାଣୀ କମଳାପତି ରେଲୱେ ଷ୍ଟସନର ଏହି ଏୟାର କନକୋର୍ସରେ ଏକା ଥରେ ୯୦୦ ଯାତ୍ରୀ ବସିପାରିବେ । ଏହି ପ୍ଲାଟଫର୍ମରେ ଏକାବେଳକେ ୨୦୦୦ ଯାତ୍ରୀ ଚଳାଚଳ କରିପାରିବେ । ଏଥିରେ ନିର୍ମିତ ଭୂତଳ ସବ- ୱେରେ ଏକାସାଙ୍ଗରେ ୧୫୦୦ ଯାତ୍ରୀ ଯାଆଆସ କରିପାରିବେ । ଏହି ରେଲୱେ ଷ୍ଟେସନରେ ବିମାମବନ୍ଦର ପରି ଅତ୍ୟାଧୁନିକ ସୁବିଧା ଉପଲବ୍ଧ । ଏଠାରେ ଅନ୍ୟ ଷ୍ଟେସନ ଗୁଡିକ ପରି ଭିଡ ସମସ୍ୟା ହେବନାହିଁ । ଏହା ଦେଶର ପ୍ରଥମ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ୍ ।


ଏହା ଦେଶର ପ୍ରଥମ ରେଳ ଷ୍ଟେସନ ଯେଉଁଠି ଯିବା ଓ ଆସିବା ପାଇଁ ଯାତ୍ରୀଙ୍କ ପାଇଁ ରହିଛି ଅଲଗା ଅଲଗା ରାସ୍ତା । ଏହି ଷ୍ଟେସନରେ ପ୍ରଥମ ଥର ପାଇଁ ୩୬ ଫୁଟର ଓଭର ବ୍ରିଜ୍ ନିର୍ମାଣ କରାଯାଇଛି, ଯେଉଁପଟେ ଯାତ୍ରୀ ପ୍ଲାଟଫର୍ମ ପାରି ହୋଇପାରିବେ । ୪୫୦ କୋଟି ଅର୍ଥ ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଶରୀରିକ ଅକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ଏଠାରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ୱେଟିଙ୍ଗ ରୁମ୍ ଓ ରହିବକୁ ଡର୍ମିଟୋରୀ ରହିଛି ।

ଏହି ଷ୍ଟେସନରେ ସ୍ୱଚ୍ଛତାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଜି ଏହାର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।