କନକ ବ୍ୟୁରୋ : ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭ ହଜାର ୮୪୩ କୋଟି ବ୍ୟୟରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାର ବଡ ସମୁଦ୍ର ସେତୁ ଅଟଳ ସେତୁ । ୨୧.୮ କିଲୋମିଟର ଲମ୍ବା ୬ ଲେନ୍ ବିିଶିଷ୍ଟ ଏହି ବ୍ରିଜକୁ ମୁମ୍ବାଇ ଟ୍ରାନ୍ସ ହାର୍ବର ସି-ଲିଙ୍କ ମଧ୍ୟ କୁହାଯାଉଛି । ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ଯୋଡିଛି । ଯାହା ଦ୍ୱାରା ୨ ଘଂଟାର ବାଟକୁ ମାତ୍ର ୨୦ ମିନିଟରେ କରିହେବ । ଅଟଳ ସେତୁକୁ ଲୋକାର୍ପଣ କରିବା ସହ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ପାଖାପାଖି ୨୨ କିଲୋମିଟର ଲମ୍ବା ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୭ ବର୍ଷ ସମୟ ଲାଗିଛି । ଏ ସେତୁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ଅନେକ ସହାୟକ ହେବ ।

ଅଟଳ ସେତୁର ବିଶେଷତ୍ୱ
- ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ
- ୨୧.୮କି.ମି ଲମ୍ବା ବ୍ରିଜ୍, ୧୬.୩ କି.ମି ସମୁଦ୍ର ଉପରେ, ୫.୫ କି.ମି ଭୂପୃଷ୍ଠରେ
- ୬ ଲେନ୍ ବିଶିଷ୍ଟ, ଉଭୟ ପାଖରେ ୩ଟି ଲେନ୍ ବ୍ୟବସ୍ଥା
- ବ୍ରିଜ୍ ଦ୍ୱାରା ୨ ଘଂଟାର ରାସ୍ତା ୨୦ ମିନିଟରେ ଯାତ୍ରା କରିହେବ
- ପ୍ରତ୍ୟେକ ଦିନ ୭୦ହଜାର ଯାନ ବ୍ରିଜ୍ ଉପରେ ଯିବାର କ୍ଷମତା
- ବ୍ରିଜ୍ ନିର୍ମାଣରେ ଲାଗିଛି ୨ ମେଟ୍ରିକ୍ ଟନ୍ ଷ୍ଟିଲ, ୫ ଲକ୍ଷ ମେଟ୍ରିକ୍ ଟନ୍ ସିମେଂଟ୍
- ୧୭, ୮୪୩ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ଅଟଳ ସେତୁ
- ଏହି ବ୍ରିଜ୍ ଉପରେ ସର୍ବାଧିକ ୧୦୦ କି.ମି ବେଗରେ ଗାଡି ଚଳାଇ ପାରିବେ ଚାଳକ
- ସମୁଦ୍ର ସେତୁ ଉପରେ ଭାରି ଯାନ, ବାଇକ୍, ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଯିବାର ଅନୁମତି ନାହିଁ
- ସୁରକ୍ଷା ଦୃଷ୍ଟିରୁ ବ୍ରିଜ୍ରେ ଲାଗିଛି ୪୦୦ ସିସି ଟିଭି କ୍ୟାମେରା

ମୁମ୍ବାଇ ଦେଶର ଅନ୍ୟତମ ସବୁଠାରୁ ବ୍ୟସ୍ତ ବହୁଳ ସହର । ଏଠାରେ ଟ୍ରାଫିକ୍ ସମସ୍ୟା ଏକ ପ୍ରମୁଖ ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ସହରରେ ଆଉ ଏକ ସମୁଦ୍ର ସେତୁର ପରିକଳ୍ପନା କରାଯାଇଥିଲା । ଯାହା ଏବେ ସଫଳ ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି ସେତୁକୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।