ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଆସନ୍ତାକାଲି ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ

243

କନକ ବ୍ୟୁରୋ : ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ସୁଭାରମ୍ଭ କରାଇବେ । ଏହି ୯ଟି ଟ୍ରେନ୍ ରାଜସ୍ଥାନ୍, ବିହାର, ଓଡିଶା, ଗୁଜୁରାଟ୍, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଲଞ୍ଚ ହେବାକୁ ଯାଉଛି ।

ଗୁଜୁରାଟକୁ ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଏହି ଟ୍ରେନ୍ ଅହମଦ୍ଦାବାଦରୁ ଜାମନଗର ଯାଏଁ ଗଡିବ । ଗୁଜରାଟକୁ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ମିଳିବାକୁ ଯାଉଛି । କେରଳକୁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ମିଳିବ । ସେହିପରି ଓଡିଶାକୁ ମଧ୍ୟ ଆସନ୍ତାକାଲି ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଯାହା ପୁରୀରୁ ରାଉରକେଲା ଯାଏଁ ଗଡିବ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ।