କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳବାୟୁ ସମ୍ମିଳନୀରେ ଯୋଗ ଦେବେ । ସାରା ବିଶ୍ୱ ପାଇଁ ଏବେ ଜଳବାୟୁ ପରିବର୍ତନ ବଡ ଚ୍ୟାଲେଞ୍ଜ ରହିଛି । ଏହି ସମ୍ନିଳନୀରେ ବିଭିନ୍ନ ଦେଶର ନେତାମାନେ ଜଳବାୟୁ ପରିବର୍ତନ ନେଇ ସେମାନେ କଣ ପଦକ୍ଷେପ ନେଇଛନ୍ତି ଏବଂ ଆଗାମୀ ଦିନରେ କଣ ନେବା ଦରକାର ଏହି ଅବସରରେ ମତ ରଖିବେ ।

Advertisment

ଏହାବାଦ କରୋନା ପରେ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିଭଳି ଆଗକୁ ବଢିବେ ସେ ଦିଗରେ ମଧ୍ୟ ଆଲୋଚନା ହେବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋମରେ ପହଂଚିଥିଲେ । ଏହି ଅବସରରେ ସେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଆଜି ଭାଟିକାନରେ ପୋପ ଫ୍ରାନସିସଙ୍କୁ ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛିା

- ଆଜି ଜି ୨୦ ସମ୍ମିଳନୀରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଶ୍ୱ ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ହେବ ଆଲୋଚନା
- କରୋନା ପରବର୍ତ୍ତୀ ଅର୍ଥନୀତିର ପୁନରୁଦ୍ଧାର, ତେଲ ଦର ବୃଦ୍ଧି, କରୋନା ସଂକ୍ରମଣ ପ୍ରସଙ୍ଗରେ ହେବ ଆଲୋଚନା
- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହି ଅବସରରେ ବିଶ୍ୱର ଅର୍ଥନୀତି କିଭଳି ସୁଧାର ଆସିବ ତା ଉପରେ ଦେବ ଗୁରୁତ୍ୱ
- ଜି-୨୦ରେ ସାମିଲ ଥିବା ଦେଶ କରୋନା ଟିକା ନେଇ କରିବେ ଆଲୋଚନା
- ଟିକା କମିଯିବାରୁ ଅନେକ ଗରିବ ଦେଶରେ ଟିକା ପହଂଚିପାରିନି । ଟିକା ପହଂଚିବା ଉପରେ ଦିଆଯିବ ଗୁରୁତ୍ୱ
- ସାରା ବିଶ୍ୱରେ ଟିକାକରଣକୁ ଜୋରଦାର କରିବା ଉପରେ ହେବ ଆଲୋଚନା
- ଗ୍ଲୋବାଲ ଟ୍ୟାକ୍ସ ଉପରେ ହେବ ଆଲୋଚନା
- ଅନେକ ଦେଶର କର୍ପୋରେଟ ହାଉସର ଟିକସ ବ୍ୟବସ୍ଥାକୁ ନେଇ ଥିବା ସମସ୍ୟା ଉପରେ ହେବ ଆଲୋଚନା
- ତେଲ, ଗ୍ୟାସ ଦର ବୃଦ୍ଧି ଉପରେ ହେବ ଆଲୋଚନା
- ଅଶୋଧିତ ତେଲ ଦର ବୃଦ୍ଧି ଉପରେ ଉତ୍ପାଦନକାରୀ ଦେଶ ମାନଙ୍କ ସହ ହେବ ଆଲୋଚନା
- ଦେଶ ଦେଶ ମଧ୍ୟରେ ଜିନିଷ ଆଦାନ ପ୍ରଦାନ କିଭଳି ହୋଇପାରିବ ତା ଉପରେ ଦିଆଯିବ ଗୁରୁତ୍ୱ