କନକ ବ୍ୟୁରୋ : ଦିଲ୍ଲୀ ପୁଲିସ ସହ ସ୍ୱତନ୍ତ୍ର ଭାବେ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିଳିଥିବା ସୂଚନା ଅନୁସାରେ ସୁରକ୍ଷାକାର୍ଯ୍ୟରେ ମୁତୟନ ଦିଲ୍ଲୀ ପୁଲିସର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହ ମୋଦୀ ରାତ୍ରୀଭୋଜନ କରିବେ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ସୁରୁଖୁରରେ ଶେଷ ହୋଇଛି ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ । ଏହାସହ ଜି-୨୦ ସମ୍ମିଳନୀକୁ ସଫଳତାର ସହ ସମାପନ କରାଇବାରେ ପ୍ରଧାନମନ୍ତ୍ରୀ ସଫଳ ହୋଇଥିବାରୁ ଏନେଇ ଦଳୀୟ କାର୍ଯ୍ୟାଳୟରେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି ଦଳର କର୍ମୀମାନେ ।