ଜୋର ଧରିଲା ଅନଶନ ରାଜନୀତି : କଂଗ୍ରେସ ପରେ ଏବେ ବିଜେପି ପାଳି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଅନଶନ

Advertisment
ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନରେ କଳାବାଦଲ ! ଅସନ୍ତୁଷ୍ଟ କୃଷକ, ଜମି ଦେବା ପାଇଁ ହେଉଛନ୍ତି ଅମଙ୍ଗ

କନକ ବ୍ୟୁରୋ : ଜୋର ଧରିଲା ଅନଶନ ରାଜନୀତି । କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଅନଶନ । ଉପବାସରେ ରହିବେ ସରକାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିବେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ ଅଧିବେଶନ ଧୋଇଯିବା ବିରୋଧରେ ମୋଦି ଏହି ଅନଶନ କରିବେ । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ନିତିଦିନିଆ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ନକରି କେବଳ ଉପବାସ ରହି ଏହି ଅନଶନ ପାଳନ କରିବେ ।

publive-image

ସେପଟେ ବିଜେପି ସଭାପତି ଅମିତ ଶାହା କର୍ଣ୍ଣାଟକର ହୁବଲୀରେ ଏହି ଅନଶନ ପାଳିବେ । ନିଜ ନିଜ ନିର୍ବାଚନ କ୍ଷେତ୍ରରେ ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ରହି ଉପବାସ କରିବାକୁ ସମସ୍ତ ସାଂସଦ ଓ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମୋଦି ସରକାରଙ୍କୁ ବିରୋଧ କରି କଂଗ୍ରେସ ଅଧ୍ୟ୍ୟକ୍ଷ ରାହୁଲ ଗାନ୍ଧୀ ଅନଶନରେ ବସିଥିଲେ । ସେପଟେ ମୋଦିଙ୍କ ଅନଶନ ନେଇ ରାହୁଲ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଆଶା କରୁଛି ଉତ୍ତରପ୍ରଦେଶ ଘଟଣାରେ ମୋଦି ଉପବାସ ରଖିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe