୧ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା । ଭୁବନେଶ୍ୱରରେ ନିଯୁକ୍ତିପତ୍ର ଦେବେ ଧର୍ମେନ୍ଦ୍ର ପ୍ରଧାନ ।

146

କନକ ବ୍ୟୁରୋ: ଆଜି ୧ ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ସମ୍ବୋଧିତ କରିବେ । ଏହା ସହ ପ୍ରଧାନମନ୍ତ୍ରୀ କର୍ମଯୋଗୀ ଭବନ ସମନ୍ୱିତ କମ୍ପେ୍ଲକ୍ସର ପ୍ରଥମ ପର୍ଯ୍ୟାୟ ଭିତିପ୍ରସ୍ତର ଦେବେ । ସେହିପରି ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଶହ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଯୁବବର୍ଗଙ୍କ ନିଯୁକ୍ତି ପ୍ରଦାନକୁ ପ୍ରାଥମିକତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆଧାରରେ ଏହି ରୋଜଗାର ମେଳା ଆୟୋଜନ କରାଯାଉଛି ।