ଆଜି ପ୍ରଧାନମନ୍ତ୍ରୀଙ୍କ ବସିବ ନୀତି ଆୟୋଗ ବୈଠକ : ଆଗାମୀ ୨୫ ବର୍ଷରେ ଭାରତର ବିକାଶ ଦିଗ ନେଇ ହେବ ଆଲୋଚନା; ଆସିବେନି ବିରୋଧୀ

176

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।

ତେବେ ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେନାହିଁ ବୋଲି ଘୋଷଣା କରିଛନ୍ତି । ଯେଉଁଠି ସଂଘୀୟ ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି ସେଠି ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କଣ ବୋଲି କହିଛନ୍ତି କେଜ୍ରିୱାଲ ।