ତୃତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା । ପ୍ରଧାନମନ୍ତ୍ରୀ ମୋଦୀ ଡ଼ାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଜି ଅପରାହ୍ନରେ ମହାମାରୀ ମୁକାବିଲା ନେଇ କରିବେ ଆଲୋଚନା ।

160

କନକ ବ୍ୟୁରୋ : କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା । ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ୩ଟା ୩୦ରେ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ବର୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ ।

ଏହାସହ ମହାମାରୀରୁ ବର୍ତ୍ତିବା ପାଇଁ ବର୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ନେଇ ମଧ୍ୟ ସମୀକ୍ଷା ହେବ । ସୂଚନା ଅନୁସାରେ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ୍ ସଚିବ ଓ ନୀତି ଆୟୋଗ ମଧ୍ୟ ସାମିଲ ହେବେ । ବୈଠକରେ କରୋନାର ତୃତୀୟ ଲହରରୁ ମୁକୁଳିବା ପାଇଁ ନୂଆ ପଦକ୍ଷେପ ନେଇ ଆଲୋଚନା କରାଯିବ । ଆସନ୍ତା ଅକ୍ଟୋବରରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବା ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନଆଇଡିଏମ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବରରେ ଦେଶରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିଥିବ । ଦୈନିକ ୪ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ବ୍ୟକ୍ତ କରାଯାଇଛି ରିପୋର୍ଟରେ କୁହାଯାଇଛି । ତୃତୀୟ ଲହରରେ ଅଧିକ ଛୋଟ ପିଲା ସଂକ୍ରମିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି କମିଟି ।