ବ୍ରିକ୍ସ ସମ୍ମିଳନୀ : ଡିଜିଟାଲ ମାଧ୍ୟମରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

77

କନକ ବ୍ୟୁରୋ : ଆଜି ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ମାଧ୍ୟମରେ ବାର୍ଷିକ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ଏହି ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଉପସ୍ଥିତ ରହିବେ । ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ଚର୍ଚ୍ଚା ହୋଇପାରେ । ଭାରତ ବହୁ ପକ୍ଷ ବ୍ୟବସ୍ଥାରେ ସୁଧାର, ଆତଙ୍କବାଦୀ ବିରୋଧୀ ପଦକ୍ଷେପ ପରି ଚାରିଟି କ୍ଷେତ୍ର ଉପରେ ଜୋର ଦେଇ ଆସୁଛି । ଏହା ସହ କୋଭିଡ୍ ୧୯ ମହାମାରୀ ଓ ଅନ୍ୟ କ୍ଷେତ୍ର ଉପରେ ଜୋର ଦେଇପାରେ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦ୍ୱିତୀୟ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୨୦୧୬ରେ ନରେନ୍ଦ୍ର ମୋଦି ଗୋଆ ଶିଖର ସମ୍ମିଳନୀକୁ ଅଧ୍ୟକ୍ଷତା କରିଥିଲେ ।