କନକ ବ୍ୟୁରୋ : ଆଜି ଦିନ ସାଢେ ୧୧ଟାରେ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଚଳିତବର୍ଷର ପ୍ରଥମ ‘ମନ କୀ ବାତ୍’ କାର୍ଯ୍ୟକ୍ରମ । ପ୍ରତି ମାସର ଶେଷ ରବିବାର ପ୍ରସାରଣ ହେଉଛି ମୋଦୀଙ୍କ ‘ମନ କୀ ବାତ୍’ କାର୍ଯ୍ୟକ୍ରମ । ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଏହା ୨୦୧୪ ଅକ୍ଟୋବର ୩ ତାରିଖରୁ ପ୍ରସାରଣ ହୋଇଆସୁଛି । ଦିନ ୧୧ଟାରେ ଏହା ପ୍ରସାରଣ ହେଉଥିବାବେଳେ ଚଳିତଥର ଅଧଘଂଟା ବିଳମ୍ବ ହେଉଛି ।

Advertisment

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥୀ ହୋଇଥିବାରୁ ପ୍ରସାରଣରେ ଅଧଘଂଟା ବିଳମ୍ବ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୬ରେ ଶେଷଥର ପାଇଁ ମନ କୀ ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ଲଢେଇରେ ସରକାରଙ୍କ ଉପଲବ୍ଧି ଏବଂ ଲୋକଙ୍କ ସଚେତନତା ନେଇ ବାର୍ତ୍ତା ଦେଇଥିଲେ । ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ଓ ଅନ୍ୟନ୍ୟ ପ୍ରସଙ୍ଗରେ ନିତ ମତ ଦେଶବାସୀଙ୍କ ଆଗରେ ରଖିଥିଲେ ମୋଦୀ ।