କଂଗ୍ରେସ ଗଡରେ ରାହୁଲଙ୍କୁ ମୋଦିଙ୍କ ଆକ୍ରମଣ: ପ୍ରଧାନମନ୍ତ୍ରୀ ପଦ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ୍ । କହିଲେ ଅହଙ୍କାରୀ ଓ ଅନଭିଜ୍ଞଙ୍କୁ ସ୍ୱୀକାର କରିବେନି ଜନତା

27

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ଏହି ନିର୍ବାଚନ ମୋଦି ବନାମ ରାହୁଲଙ୍କ ସମ୍ମାନର ପ୍ରଶ୍ନ ପାଲଟିଛି । କାଲି ରାହୁଲ ଗାନ୍ଧି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଆଜି ଏହି ପ୍ରସଙ୍ଗରେ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ସେ କଂଗ୍ରେସ ସଭାପତିଙ୍କୁ ଅହଂକାରୀ ଓ ଅନଭିଜ୍ଞ ବୋଲି କହିବାକୁ ପଛାଇ ନାହାନ୍ତି ।

କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ମୋଦି କହିଛନ୍ତି, ରାହୁଲଙ୍କ ପ୍ରଧାନମନ୍ତ୍ରୀ ବୟାନ ଅହଂକାରକୁ ସୂଚାଉଛି । କେହି ଜଣେ କିଭଳି ନିଜକୁ ପ୍ରଧାନମନ୍ତ୍ରୀ ଘୋଷିତ କରିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯାହାର ସହଯୋଗୀଙ୍କ ଉପରେ ଭରସା ନାହିଁ, ଏଭଳି ଅନଭିଜ୍ଞ ଲୋକଙ୍କୁ ଲୋକ କଣ ସ୍ୱୀକାର କରିବେ କି ବୋଲି ପାଲଟା ପ୍ରଶ୍ନ କରି ୧୦ଟି ବାଣ ଛାଡିଛନ୍ତି ।