ଉତ୍ତରପ୍ରଦେଶରେ ମାରାଥନ ପ୍ରଚାର ବେଳେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି ।

116

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭା । ରାଲିକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମମନ୍ଦିର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ସିଧାସଳଖ କରିଛନ୍ତି ଟାର୍ଗେଟ । ମୋଦି କହିଛନ୍ତି ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠାକୁ ନିମନ୍ତ୍ରଣ ପ୍ରତ୍ୟାଖାନ କରି ବିରୋଧୀ ରାମବିରୋଧୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ।

ଅନ୍ୟପଟେ ପରୋକ୍ଷରେ ରାହୁଲ ଓ ଅଖିଳେଶଙ୍କୁ କଟାକ୍ଷ କରି ମୋଦି କହିଛନ୍ତି ଉତ୍ତରପ୍ରଦେଶରେ ଦୁଇ ରାଜକୁମାରଙ୍କ ଫିଲ୍ମ ସୁଟିଂ ଚାଲିଛି । ଏମାନେ ଜନତାଙ୍କ ନିକଟରେ ଭୋଟ ପାଇଁ ପହଁଚିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କୁ ପ୍ରତ୍ୟାଖାନ କରାଯାଉଛି । ଏଥିସହ ୧୦ ବର୍ଷର ମୋଦି ସରକାରଙ୍କ ସଫଳତା ଓ ଉପଲବ୍ଧି ବଖାଣିବା ସହ ମୋଦି କହିଛନ୍ତି ବିଗତ ବର୍ଷର ସଫଳତା କେବଳ ଏକ ଟ୍ରେଲର ଅଟେ ଆଗକୁ ଅନେକ ସଫଳତା ଦେଖିବାକୁ ବାକି ରହିଛି ।