କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲା ଦେଶର ଟଙ୍କାକୁ ଲୁଟ୍ କରୁଛି ଓ ଏବେ ବି ସମାନ କଥା ଜାରି ରଖିଛି ବୋଲି କହିଛନ୍ତି ମୋଦୀ । ବର୍ତମାନ ଜାରି ରହିଥିବା ଆୟକର ବିଭାଗର ବଡ଼ ରେଡ୍ରେ ଯେଉଁ ବିପୁଳ ନଗଦ ଟଙ୍କା ଜବତ ହୋଇଛି, ସେହି ଟଙ୍କା ଓ କଂଗ୍ରେସ ନେତାଙ୍କୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓକୁ ରିଟ୍ୱିଟ୍ କରିବା ସହ କଂଗ୍ରେସକୁ ଏପରି କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ଟ୍ୱିଟ୍ ନେଇ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।