ଲୋକସଭା ପରେ ରାଜ୍ୟସଭାରେ କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । କହିଲେ ଆମକୁ ୪୦୦ ସିଟର ଉପହାର ଦେଇଛି କଂଗ୍ରେସ

128

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । ଲୋକସଭା ପରେ ରାଜ୍ୟସଭାରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସବୁଠାରୁ ପୁରୁଣା ଦଳର ଚିନ୍ତାଧାରା ବି ପୁରୁଣା । ସେଥିପାଇଁ ସେମାନଙ୍କ କାର୍ଯ୍ୟଶୈଳୀ ଜନତାଙ୍କୁ ପସନ୍ଦ ଆସୁନାହିଁ । ଏଥର ଲୋକସଭାରେ ୪୦ ସିଟ୍ ବି ହାତେଇ ପାରିବ ନାହିଁ କଂଗ୍ରେସ ପାର୍ଟି । ଏଥର ୪୦୦ ଆସନ ହାତେଇ ତୃତୀୟ ପାଳିର ସରକାର ଗଢିବ ଭାରତୀୟ ଜନତା ପାର୍ଟି । ଆମ ସରକାରର ୧୦ ବର୍ଷରେ ଭାରତ ବିଶ୍ୱ ଅର୍ଥନୀତିରେ ୫ମ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହୋଇ ପାରିଛି । ଖୁବଶୀଘ୍ର ଏହା ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ବହୁତ ପରିଶ୍ରମ କରି ଦେଶକୁ ସଂକଟରୁ ବାହାରକୁ ଆଣିଛୁ । ଖାଲିଟାରେ ଆମକୁ ଦେଶବାସୀ ଆଶୀର୍ବାଦ ଦେଉ ନାହାଁନ୍ତି ବୋଲି ମୋଦୀ କହିଛନ୍ତି ।