କନକ ବ୍ୟୁରୋ : ଚଣ୍ଡିଖୋଲ ମୋଦୀ ଗ୍ୟାରେଣ୍ଟି ଜନସଭାରେ ଜନତାଙ୍କୁ ଉଦବୋଧନ ଦେବା ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲାଲୁଙ୍କ ପରିବାରବାଦ ବୟାନ ଉପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମୋର ପରିବାର ନାହିଁ, ଦେଶ ମୋର ପରିବାର । ତେଣୁ ହଟେଇଦେବାକୁ ଚାହୁଛନ୍ତି ବିରୋଧୀ । ହେଲେ ତାଙ୍କ ପାଇଁ ପରିବାର ନୁହେଁ ଦେଶର ବିକାଶ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ କହି ବିରୋଧୀ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କୋଇଲା ଦୁର୍ନୀତି, ୨ଜି ସ୍କାମ, ଭଳି କଥାକୁ ଉଜଗାର କରି ବିରୋଧୀଙ୍କୁ ଘେରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ମୋଦୀଙ୍କ ଦମ୍ଭୋକ୍ତି ବିକଶିତ ଭାରତର ପ୍ରବେଶପଥ ହେବ ଓଡିଶା । ଆଗକୁ ବଦଳିବ ଓଡିଶା ଯୁବକଙ୍କ ଭାଗ୍ୟ ।