ପୁଟିନଙ୍କ ପରେ ପିଏମ ମୋଦୀ ଜେଲେନସ୍କିଙ୍କ ସହ କଥାହେଲେ । ଶାନ୍ତି ପ୍ରସ୍ତାବ ପାଇଁ ଅପିଲ ।

44

ପିଏମ ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ । ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ତାଙ୍କ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଭାଗିଦାରୀକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଅଧିକନ୍ତୁ, ଶାନ୍ତିପୂର୍ଣ୍ଣ ସମାଧାନ ତଥା ବିବାଦର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଥିବା ପଦକ୍ଷେପ ପାଇଁ ସେ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି । ୟୁକ୍ରେନକୁ ଲକ୍ଷ୍ୟମୂଳକ ମାନବିକ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି ବାର୍ତ୍ତାଳାପରେ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ ଯେ ପିଏମ ମୋଦୀ ହେଉଛନ୍ତି ବିଶ୍ୱର ଏକମାତ୍ର ନେତା ଯିଏ ଶାନ୍ତି ପ୍ରସ୍ତାବ ପାଇଁ ଗୋଟିଏ ଦିନରେ ପୁଟିନ ଏବଂ ଜେଲେନସ୍କିଙ୍କ ସହ କଥା ହେଇଛନ୍ତି । ଉଭୟ ନେତା, ରୁଷର ରାଷ୍ଟ୍ରପତି ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଯୁଦ୍ଧ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଶାନ୍ତି ପାଇଁ ପଦକ୍ଷେପ ନେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ କହିଛନ୍ତି। ଅସ୍ତ୍ରବିରତି ପାଇଁ ପ୍ରଧାନମନ୍ତ୍ରୀ ଆଲୋଚନା କରିସାରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବିଷୟରେ ପିଏମ ମୋଦୀ ଟ୍ୱିଟରରେ ସେୟାର କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, “ଭାରତ-ୟୁକ୍ରେନ ସହଭାଗିତାକୁ ମଜବୁତ କରିବା ପାଇଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଥିଲା। ଶାନ୍ତି ପାଇଁ ସମସ୍ତ ପ୍ରୟାସ ପାଇଁ ଭାରତର ନିରନ୍ତର ସମର୍ଥନ ରହିଛି ଏବଂ ଜାରି ରହିଥିବା ବିବାଦର ଶୀଘ୍ର ସମାପ୍ତ ହେବାକୁ ଆମେ ଚେଷ୍ଟା କରୁଛୁ । ଭାରତ ମାନବିକ ସହାୟତା ପ୍ରଦାନ ଜାରି ରଖିବ ”।

ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରାଯାଉଛି

ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଦୃଷ୍ଟିକୋଣ କୁ ପୁଣି ଥରେ ଦୋହରାଇଛନ୍ତି । କୂଟନୈତିକ ଏବଂ ଦ୍ଵିପାକ୍ଷିକ ବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଦୃଷ୍ଟିକୋଣକୁ ନେଇ ପିଏମ ମୋଦୀଙ୍କୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଅନେକ ଦେଶର ମୁଖ୍ୟମାନେ ଭାରତର ସ୍ଥିତିକୁ ପ୍ରଶଂସା କରିଛନ୍ତି । ଜି -20 ରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସର୍ବସମ୍ମତି କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ବିଶ୍ୱରେ ଭାରତର ପତାକାକୁ ଉପରକୁ କରିଛନ୍ତି ।