କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱରେ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢିଙ୍କର ଯୋଗ ପ୍ରତି ରହିଛି ଆଗ୍ରହ । ଚଳିତ ବର୍ଷର ଥିମ୍ ରହିଛି ଯୋଗ ମାଧ୍ୟମରେ ପୂରା ପୃଥିବୀକୁ ଗୋଟିଏ ପରିବାରରେ ବାନ୍ଧି ରଖିବା । ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ । ଯୋଗ ଦିବସ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆମେରିକାରୁ ଯୋଗ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଗ୍ଲୋବାଲ ସ୍ପିରିଟରେ ପରିଣତ ହୋଇଛି ଯୋଗ । ଯିଏ ଯୋଡିଥାଏ ସେ ହେଉଛି ଯୋଗ । ଯୋଗ କରିବା ଦ୍ୱାରା ଦେହ ସୁସ୍ଥ ରହିବା ସହ ଆୟୁଷ ଓ ବଳ ବଢିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।