କନକ ବ୍ୟୁରୋ: ଭୋଟିଂକୁ ନେଇ ପ୍ରଧାନମନ୍ତ୍ରୀ ଆଜି ବଡ ଅପିଲ କରିଛନ୍ତି । ଆଉ ଏ ନେଇ ଟ୍ୱିଟ କରି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମାୟାବତୀ ଓ ଅଖିଳେଶ ଯାଦବକୁ ଟ୍ୟାଗ କରିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ଭୋଟର ଯେଭଳି ଅଧିକରୁ ଅଧିକ ସଚେତନ ହୋଇ ଭୋଟ ଦେଇପାରିବେ ସେ ନେଇ ସଚେତନ କରିବାକୁ ସେ ଟ୍ୱିଟରେ ଅପିଲ କରିଛନ୍ତି ।
work towards bringing maximum Indians to the polling booths in the upcoming elections. May voter awareness efforts be strengthened across the length and breadth of India.
— Narendra Modi (@narendramodi) March 13, 2019
ଏଥିରେ ସେ ଲେଖିଛନ୍ତି, ଭୋଟଦାନକୁ ଉତ୍ସାହିତ କରିବାକୁ ଏହି ନେତାମାନେ ଭୋଟରଙ୍କୁ ଅଧିକରୁ ଅଧିକ ସଚେତନ କରନ୍ତୁ । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଶର ପ୍ରମୁଖ ନେତାଙ୍କୁ ଟ୍ୟାଗ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଆରଜେଡି ନେତା ତେଜସ୍ୱ ଯାଦବ ଓ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ । ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସମୟ ଏକମାସରୁ କମ ରହିଛି ।
ଆଉ ଏହି ସମୟରେ ରାଜନୈତିକ ଦଳଗୁଡିକ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିଜେପି ଏଥିପାଇଁ ଦେଶବ୍ୟାପୀ ହଜାରରେରୁ ଅଧିକ ର୍ୟାଲି କରିବ । ମୋଦି କେବଳ ୨ ଶହରୁ ଅଧିକ ରାଲିକୁ ସମ୍ବୋଧିତ କରିବେ । କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ।