ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି

ରାଜ୍ୟରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

91

କନକ ବ୍ୟୁରୋ: ଦେଶବ୍ୟାପୀ ମେଗା ଟିକାକରଣର ଶୁଭାରମ୍ଭ କରି ଭାବବିହ୍ୱଳ ହୋଇପଡିଲେ ପ୍ରଧାନମନ୍ତ୍ରୀ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କରୋନ । ବିରୋଧୀ ନିର୍ଣ୍ଣାୟକ ଲଢେଇ ଆଜିଠାରୁ ଆରମ୍ଭ ହୋଇଛି । ସାରା ବିଶ୍ୱର ନଜର ଭାରତ ଉପରେ ଅଟକି ରହିଥିବା ବେଳେ କରୋନା କାଳର ସଂକଟଜନକ ସମୟକୁ ବାବଦରେ ମନେ ପକାଇଛନ୍ତି ମୋଦି । ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ମୋଦି ଭାବବିହ୍ୱଳ ହୋଇପଡ଼ଛନ୍ତି । ଏପରି କି ତାଙ୍କ କଣ୍ଠ ବାଷ୍ଫରୁଦ୍ଧ ହୋଇଯାଇଥିଲା ।

ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ତେବେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହେଲେ ନବୀନ ।

ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଟିକାକରଣ ଆରମ୍ଭ ହୋଇଛି । କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।