କନକ ବ୍ୟୁରୋ : ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସଂକ୍ରମଣ ହାର ପ୍ରତିଦିନ ବଢିଚାଲିଥିବା ବେଳେ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହି ସବୁ ପ୍ରସଙ୍ଗରେ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ ଯୋଗାଇବ ବୋଲି ଆଶ୍ୱାସନା ଦେଇଛନ୍ତି ମୋଦି । ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଉତରପ୍ରଦେଶ, ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ସହିତ ଆସାମ ଏବେ ବନ୍ୟାର ମୁକାବିଲା କରୁଛି ।/kanak/media/post_attachments/wp-content/uploads/2020/07/in-assam_floods_7-300x169.jpg)
ଆସାମରେ ବନ୍ୟାରେ ୮୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆସାମରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସହାୟତା ଯୋଗାଇବ ବୋଲି କହିଛନ୍ତି ମୋଦି । ସେହିପରି କରୋନା ପ୍ରସଙ୍ଗରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆବଶ୍ୟକ ସହାୟତା କେନ୍ଦ୍ର ପ୍ରଦାନ କରିବ ବୋଲି ଫୋନରେ ଆଶ୍ୱାସନା ଦେଇଛନ୍ତି ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/5-18.jpg)