ଆମେରିକାରେ ଓଡିଆରେ ଉତ୍ତର ଦେଲେ ମୋଦି: ‘ହାଓଡି ମୋଦି’ର ଜବାବ ଦେଇ ମୋଦି କହିଲେ ‘ସବୁ ଭଲ ଅଛି’

1,625

କନକ ବ୍ୟୁରୋ: ଆମେରିକାରେ ଓଡିଆ କହିଲେ ମୋଦି । ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବାବେଳେ ଓଡିଆ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାରେ ଥିବା ପ୍ରବାସୀ ଭାରତୀୟଙ୍କୁ ମୋଦି ହିନ୍ଦୀରେ ଭାଷଣ ଦେଲା ବେଳେ ‘ହାଓଡି ମୋଦି’ର ଉତ୍ତର ରଖିଲେ ମୋଦି । ଉତ୍ତର ରଖିଲା ବେଳେ ସବୁ ଭଲ ଅଛି ବୋଲି ଓଡିଆରେ କହିଲେ ପ୍ରଧାନମନ୍ତ୍ରୀ ମୋଦି ।

ତେବେ ‘ହାଓଡି ମୋଦି’ର ଅର୍ଥ ମୋଦି କେମିତି ଅଛ ? ଆମେରିକାର ଏହି କାର୍ଯ୍ୟକ୍ରମରେ ମୋଦି ଜବାବ ରଖିବାକୁ ଯାଇ ପ୍ରବାସୀ ଭାରତୀୟଙ୍କୁ ଭିନ୍ନଭିନ୍ନ ଭାଷାରେ ଏହାର ଉତ୍ତର ରଖିଥିଲେ । ଭାରତର ବିଭିନ୍ନ ରାଜ୍ୟର ମାତୃଭାଷାରେ ଭାରତରେ ‘ସବୁ ଭଲ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ତେବେ ଭାରତର ବିକାଶ କଥା ଆମେରିକାରେ ଉଠାଇଲେ ମୋଦି । ଭାରତରେ ବିକାଶ ହେଉଛି ସବୁଠାରୁ ଚର୍ଚ୍ଚିତ ଶବ୍ଦ । ଭାରତ ଦିନକୁ ଦିନ ବିକଶିତ ହେଉଛି । ଦେଶରୁ ଦୁର୍ନୀତି ହଟାଇବାକୁ ଆମେ ଅହରହ ଉଦ୍ୟମ କରୁଛୁ । ବିଭିନ୍ନ ସମୟରେ ଦୁର୍ନୀତିର ମୂଳତ୍ପାଟନ କରିବାକୁ ବଡବଡ ପଦକ୍ଷେପ ନେଇଛୁ । ହୁଷ୍ଟନରେ ଭାରତର ସ୍ୱଚ୍ଛ ଭାରତ କଥା କହିଲେ ମୋଦି । ଗ୍ରାମାଞ୍ଚଳରେ ୯୯ ପ୍ରତିଶତ ସ୍ୱଚ୍ଛତା ପହଞ୍ଚିଛି କହିଲେ ମୋଦି ।