ଆଜି ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ଜବାହର୍ଲାଲ୍ ନେହେରୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।ସେହିପରି, କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସମାଧିସ୍ଥଳ ଶାନ୍ତିବନ ଯାଇଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି, ସତ୍ୟ, ଏକତା ଏବଂ ଶାନ୍ତି ଉପରେ ଗୁରୁତ୍ବାରୋପ କରୁଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରୁଛି। ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜବାହର୍ଲାଲ୍ ନେହେରୁ ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହା ମେ ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର୍ଲାଲ୍ ନେହେରୁଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଶିଶୁ ଦିବସ’ ଭାବେ ପାଳନ କରାଯାଏ।
ଆଜି ଜବାହାରଲାଲ ନେହେରୁଙ୍କୁ ମନେ ପକାଉଛି ଦେଶ । ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି
Advertisment
Follow Us