କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ । ସନ୍ଧ୍ୟା ୬ଟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜ୍ଞପ୍ତି ପ୍ରକାଶ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ମନ୍ତ୍ରୀ ଉପସ୍ଥିତ ରହିବେ । ଏହି କ୍ୟାବିନେଟ ସଂପ୍ରସାରଣରେ ବିଜେପିର ସହଯୋଗୀ ଦଳମାନେ ଅଧିକ ପ୍ରତିନିଧିତ୍ୱ ପାଇପାରନ୍ତି ।
ଜେଡିୟୁ, ଏଲଜେପି, ଅପନା ଦଲ୍, ସର୍ବ ଭାରତୀୟ ଝାଡଖଣ୍ଡ ଛାତ୍ର ସଂଘ ପରିି ଦଳରୁ ଆସିପାରନ୍ତି ନୂଆ ଚେହେରା । ଜାତି ଓ ଆଂଚଳିକ ସମନ୍ୱୟ ରକ୍ଷା ପାଇଁ ଯୁବ ନେତାଙ୍କୁ ଏଥର ଅଧିକ ଗୁରୁତ୍ୱ ଦେଇପାରନ୍ତି ମୋଦୀ ସରକାର । ଏହା ସହ ଏଥର ଏକ ନୂଆ ମନ୍ତ୍ରାଳୟ ‘ମିନଷ୍ଟ୍ରି ଅଫ କୋ-ଅପରେସନ’ ବା ସମବାୟ ମନ୍ତ୍ରାଳୟ ଖୋଲାଯାଇପାରେ, ଦେଶରେ ସମବାୟ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ମନ୍ତ୍ରାଳୟ କାମ କରିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/10-7.jpg)