ନମୋ ଆପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ କଂଗ୍ରେସ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସର ମହା ଗଠବନ୍ଧନ ପ୍ରସ୍ତୁତ ପ୍ରୟାସକୁ ନେଇ ମୋଦି କହିଛନ୍ତି,ଯେଉଁ ଦେଶରେ ବିଜେପି ସରକାର ନିଜ କାର୍ଯ୍ୟରେ ଜନତାଙ୍କ ହୃଦୟ ଯୋଡୁଛି,ସେହି ଦେଶରେ କଂଗ୍ରେସ ଦଳ ଯୋଡିବା ଭଳି କାମ କରୁଛି । ପିଏମ୍ କହିଛନ୍ତି ବିଜେପି ଏବଂ କଂଗ୍ରେସର ମୌଳିକ ଅନ୍ତର ହେଉଛି ବିଜେପିର ସାମାନ୍ୟ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ପଦ ପାଇଁ ବିବେଚିତ ହୋଇପାରିବେ କିନ୍ତୁ କଂଗ୍ରେସର କାର୍ଯ୍ୟକର୍ତ୍ତା ଗୋଟିଏ ପରିବାର ମଧ୍ୟରେ ସୀମିତ ରହିବା ପାଇଁ ବାଧ୍ୟ ହୋଇଥାନ୍ତି ।
ମୋଦି ପୁଣି କହିଛନ୍ତି,ସରକାରର “ସବକା ସାଥ୍ ସବକା ବିକାଶ” ନୀତି କାରଣରୁ ସବୁ ବର୍ଗକୁ ମିଳୁଥିବା ଲାଭ କାରଣରୁ ବିପକ୍ଷ ଚିନ୍ତାଗ୍ରସ୍ତ ହୋଇ ପଡିଲେଣି । ବିରୋଧିଙ୍କୁ ସରକାରର କାମ ଏବଂ ଭିନ୍ନ ଭିନ୍ନ ସ୍କୀମକୁ ନେଇ ଡର ଲାଗିବାକୁ ଲାଗିଲାଣି । ବିଜେପିର ୪ ବର୍ଷର ଶାସନକାଳରେ କଂଗ୍ରେସ ଏବଂ କିଛି ସହଯୋଗୀଙ୍କ ଚାଲ୍ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । ପ୍ରଥମେ ଶାସନରେ ଅକ୍ଷମତା କାରଣରୁ ଜନତା ଏହି ଦଳକୁ ସତ୍ତାରୁ ବାହାରର ରାସ୍ତା ଦେଖାଇଥିଲା କିନ୍ତୁ ଏବେ ଏହି ଦଳ ବିରୋଧିର ଆଚରଣ କରିବା ପାଇଁ ମଧ୍ୟ ଉପଯୁକ୍ତ ନୁହଁ ।
କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଉପରେ ଦୟା ଆସେ ।
ମୋଦିଙ୍କ କହିବାନୁସାର,ଏହା କେବଳ ବିଜେପିରେ ହିଁ ସମ୍ଭବ ଯେଉଁଠି ଦଳର ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତା ମଧ୍ୟ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ଅଧ୍ୟକ୍ଷ ହେବାର ସାହସ ରଖୁଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ,ସଂଘର୍ଷ ଏବଂ ସମର୍ପଣ ଦ୍ୱାରା ପାର୍ଟି ଆଜି ଏହି ସ୍ତରରେ ପହଞ୍ଚିପାରିଛି । ଲମ୍ବା ସମୟ ଧରି ସଂଘର୍ଷ ଜାରୀ ରଖିଥିବା କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଉପରେ ବେଳେବେଳେ ଦୟା ଆସେ । ଏହି କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ ଏବଂ ସାମର୍ଥ୍ୟ ଗୋଟିଏ ପରିବାରର କାମରେ ଆସିଥାଏ ।
ଅଜେୟ ଭାରତ ଅଟଳ ବିଜେପି ପ୍ରେରଣା ବିନ୍ଦୁ
ପିଏମ୍ କହିଛନ୍ତି ସରକାର ଏବଂ ପାର୍ଟି ପାଇଁ “ଅଜେୟ ଭାରତ ଅଟଳ ବିଜେପି ପ୍ରେରଣା ବିନ୍ଦୁ” ଏବଂ “ସବକା ସାଥ୍ ସବକା ବିକାଶ” କେବଳ ନାରା ନୁହଁ ଏହା ଏକ ମନ୍ତ୍ର ଭଳି ପବିତ୍ର । ବିଜେପି କେବଳ ନାରା ଦିଏନାହିଁ ଏହି ନାରାର ସମ୍ମାନ କିଭଳି ତଳେ ନ ପଡିବ ଏଥିପାଇଁ ପ୍ରସ୍ତୁତି ବଜାୟ ରଖେ । ଦେଶର ବିଭିନ୍ନ ସହରରେ ମେଟ୍ରୋ ଯୋଜନା ଆରମ୍ଭ ହୋଇଛି । ଉଜ୍ଜଳା ଯୋଜନା,ସୌଭାଗ୍ୟ ଯୋଜନା ଭଳି ମାଗଣା ଗ୍ୟାସ୍ ଏବଂ ବିଜୁଳି କନେକ୍ସନ ଆଦି ଜାତି ତଥା ଧର୍ମ ପଚାରି ଦିଆଯାଉନାହିଁ । ଅଟଳ ସରକାରଙ୍କ ପ୍ରଥମ ଦେଶରେ ଗାଁରେ ସଡକ ସୁବିଧା ନଥିଲା । ଏବେ ପ୍ରଶ୍ନ ରହୁଛି କେତୋଟି ଗାଁ ସଡକବିହୀନ ହୋଇ ରହିଛି । ପ୍ରଥମେ ବିଜୁଳି ନଥିଲା,ଏବେ ପଚରାଯାଉଛି କେତୋଟି ଘରେ ବିଜୁଳି ବ୍ୟବସ୍ଥା ନାହିଁ । ଏହା ହିଁ ହେଉଛି ବିଜେପିର ପରିବର୍ତ୍ତନ । ବିଜେପି ପାଇଁ ସରକାର କହିଲେ କେବଳ ଜନତାର ସେବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/MODI.jpg)
/kanak/media/post_attachments/wp-content/uploads/2018/09/Narendra-Modi-in-White-Turban-300x188.jpg)
/kanak/media/post_attachments/wp-content/uploads/2018/09/13singh-pm1-300x207.jpg)
/kanak/media/post_attachments/wp-content/uploads/2018/09/pmmodi-300x200.jpg)